ReadHear

ସୁଭାଷ ଚନ୍ଦ୍ର ବୋଷ

ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଯୋଗଦାନ।

Ei vielä ääntä Aloita lukeminen

Tämä teksti on valmis luettavaksi. 1 710 sanaa, noin 9 minuuttia. Säädä tekstin kokoa, riviväliä ja sivun väriä mielesi mukaan ja jatka siitä mihin jäit.

Ääntä ei ole vielä luotu. Tallenna teksti kirjastoosi, niin löydät sen täältä, kun ääni on valmis.

Haluatko kuunnella jotain heti: 4 tekstiä äänellä →

ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।

ପ୍ରାରମ୍ଭିକ ଜୀବନ

ସୁଭାଷ, ବାପା ଜାନକୀ ନାଥ ବୋଷଙ୍କ ଔରସରୁ ଓ ମାଆ ପ୍ରଭାବତୀ ଦେବୀଙ୍କଠାରୁ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ । ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ । ଚ‍ଉଦ ଭାଇଭ‍ଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ଅନ୍ୟ ଭାଇଭ‍ଉଣୀଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା । ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ । ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ । ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ସି.ଏଫ୍. ଓ୍ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ । ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ।

ଜନ୍ମ ଓ ପରିବାର

ନେତାଜୀଙ୍କର ଜନ୍ମ ୧୮୧୮ ଶକାବ୍ଦ,ସନ ୧୩୦୩ ସାଲ ଇଂରାଜୀ ମାସ ତ୨୩-୧-୧୮୯୭ ମସିହାରେ ମାଘ ମାସ ୧୧ ଦିନ, ଶନିବାର ମଧ୍ୟାହ୍ନ ଘ୧୨|୧୫|୧୩|୩୭|୩୦ ବିଲିତା, କନ୍ୟାରାଶି,ନକ୍ଷତ୍ର ଉତ୍ତରାଫାଲଗୁନୀ,ନରଗଣ, ବର୍ଣ୍ଣ ବୈଶ୍ୟ ଅଟେ । ସୁଭାଷଙ୍କର ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା,ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କର ଭକ୍ତ । ସେଥିଲାଗି ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣଙ୍କର ସମ୍ପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ସୁଭାଷଙ୍କର ଜନ୍ମ ଯଦିଓ ଓଡ଼ିଶାରେ ହେଲେ ତାଙ୍କର ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗର ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କର ପିତା ଜାନକୀ ନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ । ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୈଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଐତିହାସିକ ପରିବେଶ ତାଙ୍କୁ ବହୁଭାବରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛିନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଳେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡ଼ିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ । ଜାନକୀ ନାଥଙ୍କର ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେଣ୍ଟର ପ୍ଲିଡ଼ର ଭାବରେ ନିଯୁକ୍ତି ତଥା ରାୟବାହାଦୁର ପଦବୀ ପ୍ରଦାନ କରିଥିଲେ ।

ଗୃହତ୍ୟାଗ ଓ ଗୁରୁଖୋଜା

ସୁଭାଷ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମଲେଖାଇଲେ ସେତେବେଳେ ସେ ତାଙ୍କ ଜୀବନ ନିମନ୍ତେ ଜଣେ ଜଣେ ନୂଆ ବନ୍ଧୁ ପାଇଥିଲେ । ସେହି ବନ୍ଧୁ ଥିଲେ ତତ୍କାଳିନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କର ଅରବିନ୍ଦଙ୍କର ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଂକଟମୟ ପରିସ୍ଥିତିରେ ପଡ଼ିଯାଆନ୍ତି,ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମାତ୍ରା ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହା ପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଗୃହଠାରୁ ୯୦ କି.ମି ଦୂର ଯିବାପରେ କୃଷ୍ଣନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କଲେ । ସେଠାରେ ଏକ ନଦୀକୂଳରେ ଜଣେ ସନ୍ୟାସୀଙ୍କ ସସ୍ପର୍ଶରେ ଆସିଥିଲେ । ଦିନେ ସୁଭାଷ ସନ୍ୟାସୀଙ୍କର ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହା ଶୁଣି ସନ୍ୟାସୀ କହିଲେ ଯେକୈଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମ ମନକୁ ସଂଯତ ଓ ଦୃଢ଼ଭାବରେ ତୋଳିବାକୁ ହୋଇଥାଏ । କିମ୍ବା ଏସବୁ ପାଇଁ ତମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡ଼ିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ସେଠାରୁ ବାହାରି ବହିତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷର ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢ଼ିବା ଆରମ୍ଭ କରିଦେଇଥିଲେ ।ଆଉ ମଧ୍ୟ ଇଣ୍ଟରମିଡିଏଟ୍ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ । ୧୯୧୫ ମସିହାରେ ବି.ଏ ରେଦର୍ଶନ ବିଦ୍ୟାରେ ଅନର୍ସ ଦେଇ ପାଠପଢ଼ା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ । ସେ ସର୍ବ ପ୍ରଥମ କଲେଜ ନିର୍ବାଚନରେ ଠିଆହୋଇ ୟୁନିୟନ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ଥିଲା ରାଜନେତା ହେବାର ପ୍ରଥମ ପାହାଚ ।

ଛାତ୍ର ଜୀବନ

ନେତାଜୀଙ୍କୁ ପାଞ୍ଚବର୍ଷ ସମୟ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ ପ୍ରୋଟେଷ୍ଟାଣ୍ଡ ସ୍କୁଲର ନିୟମ ଅନୁସାରେ ଭାରତରେ ଜନ୍ମଗ୍ରହଣ କରିଥିବା ଯେ ଛାତ୍ର ଯେତେ ଅଧିକ ନମ୍ବରରଖି ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଅନେକ ବୃତ୍ତି ଦେବା କ୍ଷେତ୍ରରେ ପାତର ଅନ୍ତର ପ୍ରଥା ଅବଲମ୍ବନ କରାଯାଉଥିଲା । ତାହା ହିଁ ଥିଲା ସୁଭାଷଙ୍କ ମନରେ ବିଦ୍ରୋହତା । ପିତା ସୁଭାଷଙ୍କର ମନକଥା ବୁଝି ସୁଭାଷଙ୍କର ଶିକ୍ଷାକୁ ଦେଶୀୟ ହିସାବରେ ଶିକ୍ଷାଦାନ ନିମନ୍ତେ ୧୯୦୯ ମସିହାରେ ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥା ରେଭେନ୍ସା କଲେଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ପ୍ରତି ଏହାର ପ୍ରଭାବ ପଡ଼ିଲା । ଛାତ୍ର ଜୀବନ କାଳରେ ୧୯୧୧ ମସିହାରେ ସୁଭାଷ ହେଲେ ବିଶ୍ୱବିଦ୍ୟାଳୟର ଶ୍ରଦ୍ଧାର ପାତ୍ର । ଜଣେ ଦକ୍ଷ ସଂଗଠକ, ସୁଭାଷ ବୋଷଙ୍କଦ୍ୱାରା ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରାଗଲା । ପୁନଶ୍ଚ ୧୯୧୧ ମସିହା ଅଗଷ୍ଟ ମାସରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳାଗଲା ନାହିଁ । ସମସ୍ତେ ଉପବାସ ରହି ତାହା ପାଳନ କଲେ । ସ୍ମୃତି ସଭାରେ ସୁଭାଷଙ୍କର ବକ୍ତୃତା ସମସ୍ତ ମର୍ମସ୍ପର୍ଶୀ ହେଲା । ସେ ଦିନ ସୁଭାଷ ତାଙ୍କର ସମସ୍ତ ଛାତ୍ର ବନ୍ଧୁଙ୍କୁ ଉଦ୍ୱୋଧନ ଦେଇ କହିଥିଲେ ଦେଶର ଲୋକମାନଙ୍କୁ ଦେଶାତ୍ମକ କରିବାକୁ ହେଲେ ସେମାନଙ୍କୁ ଦେଶାତ୍ମକ ଧର୍ମରେ ଦୀକ୍ଷିତ କରିବାକୁ ହେବ । ସହୀଦ ଖୁଦୀରାମଙ୍କର ସ୍ମୃତି ଦିବସ ପାଳନ ହେବାର ସମ୍ବାଦ ଇଂରେଜ ସରକାରଙ୍କ ନିକଟକୁ ପହଞ୍ଚିଲା । ସେଥିଯୋଗୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କେତେକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା ପ୍ରଧାନ ଶିକ୍ଷକ ବେଣିମାଧବ ଦାସଙ୍କୁ । ଏହି କାରଣରୁ ବେଣୀମାଧବ ଦାସଙ୍କ ନଦୀଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣଗେରକୁ ଯିବାକୁ ଆଦେଶ ଆସିଲା । ଶିକ୍ଷକଙ୍କ ବଦଳିର ଆଦେଶ ଶୁଣି ଚୁପ ରହିପାରିଲେ ନାହିଁ, ସମସ୍ତ ଛାତ୍ରମାନଙ୍କୁ ନେଇ ଆନ୍ଦୋଳନ କରିଥିଲେ ମଧ୍ୟ ଶେଷରେ ଶିକ୍ଷକଙ୍କ ବଦଳି ହୋଇଥିଲା । ୧୯୧୩ ମସିହାରେ ସୁଭାଷଙ୍କର ମେଟ୍ରିକୁଲେସନ ପରୀକ୍ଷା ଫଳ ପ୍ରକାଶ ପାଇଲା । ସୁଭାଷ ସମସ୍ତଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପିତା ଜାନକୀନାଥଙ୍କ ଇଛାରେ ୧୯୧୩ ମସିହାରେ ସେ କଲିକତା ବଙ୍ଗଳା ଶ୍ରେଷ୍ଠ କଲେଜ ପ୍ରେସିଡେନ୍ସି କଲେଜରେ ଯୋଗଦେଲେ ।

ଗାନ୍ଧିଜୀଙ୍କ ସହ ସାକ୍ଷାତ

୧୯୨୧ ମସିହା ଜୁଲାଇ ୧୬ରେ ସୁଭାଷ ବୋଷ କେମ୍ବ୍ରିଜ ପରିତ୍ୟାଗକରି ବମ୍ବେ ଆସିଥିଲେ । ସେ ଯେଉଁ ଜାହାଜରେ ଆସୁଥିଲେ ସେ ଜାହାଜରେ ରବିନ୍ଦ୍ରନାଥ ଟାଗୋର ମଧ୍ୟ ଭାରତ ଆସୁଥିଲେ । ତାଙ୍କ ସହ ଅଲୋଚନା କରି ସେ ଜାଣିଥିଲେ ଯେ ନିଜେ ରବିନ୍ଦ୍ରନାଥ ଗାନ୍ଧିଜୀଙ୍କର ଆନ୍ଦୋଳନ ପ୍ରତ୍ୟାହାର ନୀତିକୁ ସମର୍ଥନ କରୁଥିଲେ । ସେ ବମ୍ବେରୁ ଓହ୍ଲାଇ ମହାତ୍ମାଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେତେବେଳେ ଗାନ୍ଧିଜୀ ଥିଲେ ବାସ୍ତବରେ କଂଗେସର ଅପ୍ରତିଦ୍ୱନ୍ଦୀ ଓ କର୍ଣ୍ଣଧାର ମାତ୍ର ୧୯୧୪ ମସିହାରେ ଭାରତକୁ ଫେରି ଆସିବା ସମୟରେ ଦକ୍ଷିଣ ଆଫ୍ରିକାରେ ପାର୍ଲିଆମେଣ୍ଟ ବିରୁଦ୍ଧରେ ଭାରତୀୟମାନଙ୍କ ଅଧୀକାରର ସୁରକ୍ଷା ଆଣିବା ନିମନ୍ତେ ସତ୍ୟାଗ୍ରହଦ୍ୱାରା ସଫଳ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ବମ୍ବେର ମଣିଭବନରେ ବସ କରିଥିଲେ । ସେଠାରେ ସେ ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା କଣ ଏବଂ ରୂପାୟନ ସଂପର୍କରେ ସ୍ପଷ୍ଟ ଧାରଣ କଣ ତାହା ଜାଣିବାକୁ ପାଇଲେ । ସେ ଗାନ୍ଧିଜୀଙ୍କୁ ପଚାରିଥିଲେ ଯେ, କାହିଁକି ବିଦେଶୀ ଅମଲାତନ୍ତ୍ରମାନଙ୍କଠାରୁ କ୍ଷମତା ଛଡାଇନେବାକୁ ଚାହୁଁଛନ୍ତି। ସୁଭାଷଙ୍କର ଆଉଗୋଟିଏ ପ୍ରଶ୍ନ ଥିଲା ଗୋଟିଏ ବର୍ଷ ମଧ୍ୟରେ କେଉଁ ପ୍ରକାର ଉପାୟକୁ ଅବଲମ୍ବନ କରି ଭାରତ ସ୍ୱାଧୀନତା ପାଇବ ? ଗାନ୍ଧିଜୀ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଏହା ଅସମ୍ଭବ । ସେଠାରେ ସେ ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ତାହର ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ । ଗାନ୍ଧିଜୀ କହିଥିଲେ ତୁମେ ଚିତ୍ତରଞ୍ଜନଙ୍କୁ ସାକ୍ଷତ କରି ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କର । ଏହ ପରେ ସେ କଲିକତାର ରସାରୋଡ଼ରେ ଯାଇ ଚିତ୍ତରଞ୍ଜନଙ୍କ ବାସଗୃହରେ ସାକ୍ଷାତ କଲେ । ଏହା ଥିଲା ତାଙ୍କର ଚିତ୍ତରଞ୍ଜନଙ୍କ ସହ ପ୍ରଥମ ସାକ୍ଷାତ । ଏହା ପରେ ଉଭୟଙ୍କ ବିରାଟ ଓ ମହତ ତ୍ୟାଗ ନିଷ୍ପତ୍ତିର ମିଶ୍ରଣଦ୍ୱାରା ସ୍ୱାଧୀନତା ସଂଗ୍ରାମର ରାଜନୈତିକ ଇତିହାସ ମଧ୍ୟମ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଥିଲା ।

ସ୍ୱରାଜ ଦଳ

୧୯୨୪ ମସିହା ଆରମ୍ଭ ସମୟରେ କଲିକତା ପୌରସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ୱରାଜ ଦଳ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ । ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର ଶହିଦ ସୁରା ବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ । ଏ କ୍ଷେତ୍ରେ ସୁଭାଷ ଚନ୍ଦ୍ର ଏପରି ପଦବୀରେ ରହି ଯେଉଁ ଦରମା ପାଇଲେ ତାହାର ଅର୍ଦ୍ଧେକ ଅଂଶ ଦାନ ଭାବରେ ଦେଉଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ନିପୁଣ ତଥା ନ୍ୟାୟ ସଙ୍ଗତ ହୋଇଥିବାରୁ ସେତେବେଳକାର ପୌରସଭାରେ ଥିବା ଅନ୍ୟାନ୍ୟ ବହୁ ବିଭାଗରେ ଇଂରାଜୀ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ । କଲିକତାର ପୌର ସଭାର ସର୍ବପ୍ରଧାନ ଦାୟିତ୍ୱ ନେବାପରେ ସୁଭାଷ କଲିକତାର ବହୁ ଉନ୍ନୟନ କାର୍ଯ୍ୟ କଲେ । ଆଇନ ସଭାରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କଲା । ଏହା ପରେ ସ୍ୱରାଜ ଦଳକୁ ଏକ ଶ୍ରେଷ୍ଠଦଳ ଭାବରେ ବିବେଚିତ କରାଯାଇ ଭାରତର ସରକାର ଗଠନ କରିବା ନିମନ୍ତେ ଗୋଲ ଟେବୁଲ ବୈଠକ ଆହ୍ୱାନ କରାଯାଇଥିଲା । ୧୯୧୯ ମସିହା ୩ ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ ୨୪ ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣା ନାମା ପ୍ରକାଶ ପାଇଲା । ଏହି ଆଇନ ଅନୁସାରେ ସ୍ୱରାଜ ପନ୍ଥୀମାନଙ୍କୁ ଗିରଫ କରାଗଲା । ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର ୨୫ରେ ତାଙ୍କର ଏଲିଗିନ ରୋଡ଼ଠାରେ ଥିବା ବାସଭବନରୁ ଗିରଫ କଲେ । ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳିନ ବ୍ୟବହାରରେ ଅତିଷ୍ଟ ହୋଇ ତାକୁ ବହିଷ୍କାର କରିବାଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରିତ କରଗଲା।

ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ ଭୂମିକା

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତ ଦେଇଥିଲେ, କିନ୍ତୁ ଜବାହରଲାଲ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ୱାଧୀନତା ଚାହିଁଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ପୁଣିଥରେ ସେହି ପଦବୀକୁ ନିର୍ବାଚିତ ହୋଇଥିଲେ । ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାର୍ଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇଥିଲେ । ସୁଭାଷଙ୍କର ଏହି ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ୱାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ୱାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା । ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ୱାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଏବଂ ସମୟ ସଠିକ ଭାବେ ନିରୁପିତ ହୋଇପାରିନାହିଁ ।

ଜଣାଶୁଣା ଗଣମାଧ୍ୟମରେ

୨୦୦୪ରେ ଶ୍ୟାମ ବେନେଗାଲ ସୁବାଷ ଚନ୍ଦ୍ର ବୋଷଙ୍କ ଜିବନୀକୁ ନେଇ ଏକ କଥାଚିତ୍ର, Netaji Subhas Chandra Bose: The Forgotten Hero କରିଥିଲେ । ଏହି କଥାଚିତ୍ରଟି ବ‌ହୁତ ଗୁଡିଏ ପୁରସ୍କାର ପାଇଥିଲା ।

ଟୀକା

ଆଧାର

Bayly, Christopher; Harper, Timothy (2007), Forgotten Wars: Freedom and Revolution in Southeast Asia, Harvard University Press, ISBN 978-0-674-02153-2, retrieved 21 September 2013

ବାହାର ଆଧାର

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ

Seuraavana

ରଥଯାତ୍ରା Orija · ~64 min

Lisää kielellä Orija

Näytä kaikki →